Bhasiliti asi darahasi
ଭାସିଲିଟି ଆସି ଦରହାସୀ
Text
Ghoṣā
ଭାସିଲିଟି ଆସି ଦରହାସୀ ଥରେ ରଖ ରେ
1
ନିଧୂବନ ବିଚକ୍ଷଣା । ଜାଣି ତୋ କରୁଣା ଉଣା । ମାରି ଗିରୀଶାରି ମୋତେ ସାରିଦେଲା ଦେଖ ରେ
2
ଶରଣ ତୁହିଟି ବୋଲି । ଚରଣକଞ୍ଜ ଧଇଲି । ଚାହିଁଲୁ ଯା ନାହିଁ ଧନ କାହିଁକି ଏ ଦୁଃଖ ରେ
3
ନ ଶୁଣି ମୋ ଚାଟୁ ବାଣୀ । ଗଣ୍ଡଦେଶେ ମଣ୍ଡି ପାଣି । ଭୀରୁ କି ମତରୁ ମହୀ ଚିରୁଅଛୁ ନଖରେ
4
ଧରୁଛି ପଲ୍ଲବ କର । ଏବେ କୃପା ଲବ କର । ହାସ ସମୁଲ୍ଲାସ ପରକାଶ ବିଧୁମୁଖରେ
5
ଆରେ ନବୀନ ବନିତା । ଲଗାଇଣ ପ୍ରୀତିଲତା । କାଟି ପକାନାଟି ସେ ଏକାଠି ସବୁ ସୁଖ ରେ
6
ଅଷ୍ଟଦୁର୍ଗନାଥ ଶରେ । କଷ୍ଟ ନାଶି ହସି ଦରେ । ଧରାଶିରହୀରା ଆସି ବିରାଜିଲା ପାଶରେ