Manda malayanila bahila
ମନ୍ଦମଳୟାନିଳ ବହିଲା
Text
Ghoṣā
ମନ୍ଦମଳୟାନିଳ ବହିଲା ଚନ୍ଦ୍ରବଦନା ଦୂରେ ରହିଲା
1
ଖାଇ ନୂଆ ଚୂତ ବକୁଳକୁଳ କଳକଣ୍ଠ କରେ ଯା କଳକଳ କରି କଳକଳ ପ୍ରବାସୀ ବିକଳ କରିବ ବୋଲି ବୋଇଲା
2
ଅଙ୍କ ଜଗତିରେ ପଙ୍କଜମୁଖୀ ପହୁଡ଼ିଲେ ମୋର ହୁଏ ଯେ ସୁଖୀ ମୃଦୁ ସରସିଜ କିଶଳୟ ଶେଯ ଧନକୁ ଯୋଗ୍ୟ ହୋଇଲା
3
ଆହା ତାହା ସାହା ବାରେ ତ ମୋତେ ବନରୁ ଚମ୍ପକମାଳା କିଞ୍ଚିତେ ମନମଥ ବଶେ ଏବେ ସେ ଅବଶେ ଦୁଃସହ ଦୁଃଖ ସହିଲା
4
ପଲ୍ଲବକୁ ଦଣ୍ଡଧର ରସନା ବଲ୍ଲୀରୁ କିଶୋରୀ ମଣିବ ସିନା କିଂଶୁକ ସ୍ତବକ ଅନଳ ଯାବକ ତୁଲ୍ୟ ତ ଦେହ ଦହିଲା
5
ଭଣିଲେ ଅଷ୍ଟଦୁର୍ଗ ପୁରୁହୂତ ଦୁଃଖ ତେଜିଲେ ବ୍ରଜରାଜସୁତ ମୃଦୁଳ କନ୍ଦଳୀ ବଜ୍ରେ ଦେଲେ ଦଳି ହେବାର ବିହି ବିହିଲା