Gīta

Mahi mandana tu na mara mara re

ମହୀମଣ୍ଡନା ତୁ ନ ମାର ମାରରେ

Text

Ghoṣā

ମହୀ ମଣ୍ଡନା ତୁ ନ ମାର ମାରରେ

1

ଘେନ ତୋ ଅବଧାନେ ରସିଲି ମୁଁ କି ଆନେ ତୁ ଥାଉଁ ଥାଉଁ ଏ ସଂସାର ସାର ରେ

2

ବରଜି ମଣିପୁଞ୍ଜ ଅରଜିବାକୁ ଗୁଞ୍ଜ ଶିରୀଷ ଅଙ୍ଗୀ ଅଙ୍ଗୀକାର କାର ରେ

3

କିସ ମାନସେ ଭାଳି କରଜ କଳୀ ଚାଳି ଭରତି କଲୁଣି ଅଗାର ଗାର ରେ

4

କେଳି ଚଞ୍ଚଳତର ନେତ୍ର ଖଞ୍ଜନୁ ନୀର ବହେ କାହିଁକି ଆହା ଧାର ଧାର ରେ

5

ଆରେ ରତି ପ୍ରତିମା ଆଚର ଏବେ କ୍ଷମା ବହିବି ତୋ ହୁକୁମ ବାରବାର ରେ

6

ମୋ ଧନ ହୁଅ ରାଜି ମଦନ ବାଣ ବାଜି ହେଲାଣି ମୋ ହୃଦୟ ଆରପାର ରେ

7

ମୋ ସପତଟି ମଥା ଟେକି ଭାଷ ତୁ କଥା କହେ ଶ୍ରୀ ଜଗଦ୍ଦେବ ବାରବାର ରେ

Sources

Cite this record


Last updated 2026-11-01. Record as JSON