Gīta

Mana sumana

ମାନ ସୁମନା

Text

Ghoṣā

ମାନ ସୁମନା କରିଦେ ମାନସୁଁ ମନା ରେ

1

ଗିରିସମ ଜାଇ ରେ ରାମା । ଗିରିସମ ଜାଇ । ଦେଇ ମୁଁ ପାଇଛି ତୋତେ ଗିରୀଶ ମଜ୍ଜାଇ

2

ନାଗରାଜ ଗତେ ରେ ରାମା । ନାଗରାଜ ଗତେ । ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ

3

ତୋର ପରିକର ରେ ରାମା । ତୋର ପରିକର । ଆଜି ସିନା ରତେ ମୋତେ ତୋର ପରି କର

4

ଫୁଟିଲେ ନିଆଳି ରେ ରାମା । ଫୁଟିଲେ ନିଆଳି । ଜଳପି ଜଳପି ତୋତେ ଫୁଟିଲେନି ଆଳି

5

ରମ୍ଭାଉରୁ ବସି ରେ ରାମା । ରମ୍ଭାଉରୁ ବସି । ଅଙ୍କେ ଥିଲେ ନ ଗଣେ ମୁଁ ରମ୍ଭା ଉରୁବଶୀ

6

ନବ ସୁରସା ରେ ରାମା । ନବ ସୁରସା । ତୁ ପରା ମୋ ଅଙ୍କ ବିନା ନ ବସୁ ରସାରେ

7

ହରିଚନ୍ଦନକୁ ରେ ରାମା । ହରିଚନ୍ଦନକୁ । ଘେନ ଯଥା ବସନ୍ତରେ ହରି ଚନ୍ଦନକୁ

Sources

Cite this record


Last updated 2026-11-01. Record as JSON