Gīta

Manasaru mana saru

ମାନସରୁ ମାନ ସରୁ

Text

Ghoṣā

ମାନସରୁ ମାନ ସରୁ ମାନ ସରୁମଧ୍ୟମା

1

ହର ବରଦୁଃଖ ମୋର । ହରବର ତୁ ନ କର । ହରବରରେ ମୁଁ ତୋର ବର ବରବରନା

2

ପରବତସ୍ତନା ମୋତେ । ପର ବତ କରୁ କେତେ । ପରବରତ ସୁରତେ ପରସନେ ସୁମନା

3

ତୁ ମୋ ଉରପଦକ ରେ । ଘେନ କଥା ପଦକ ରେ । ଧରୁଛି ତୋ ପଦ କରେ ମୋଦ କରେ ନବୀନା

4

କବିସୂର୍ଯ୍ୟ ଦୀନବନ୍ଧୁ । ବୋଲି ହେଲି ଦୀନ ବନ୍ଧୁ । ରଖ ବାରେ ଦିନବନ୍ଧୁ-ବନ୍ଧୁଜିତ ନୟନା

Sources

Cite this record


Last updated 2026-11-01. Record as JSON