Mohana mo ankaku asa re
ମୋହନା ମୋ ଅଙ୍କକୁ ଆସରେ
Text
Ghoṣā
ମୋହନା ମୋ ଅଙ୍କକୁ ଆସରେ
1
ଦୁଃଖନଦ ଭେଳା । ଶୁଚିସ୍ମିତ ଖେଳା । ମଧୁରାରୁଣ ରଦବାସରେ
2
ନୟନରୁ ବାରି । ପ୍ରସରି ନିବାରି । ଭିଡ଼ିଦେ ହରେ ଭୁଜ ଫାଶରେ
3
ଖଳ ଜନ ବାଣୀ । ହୃଦୟକୁ ହାଣି । ରୁଷନା ଧନ ନିଜ ଦାସରେ
4
ତୋ ମଣି କଠାଉ । ବହି ଦିନ ଯାଉ । ନ ଛାଡ଼ୁ ମୋର ଏ ମୁହାଁସ ରେ
5
ଗିରକର ଆହା । ସରିଲିଟି ଚାହାଁ । ମଦନାନନ୍ଦନିଳ ଝାସରେ
6
ଚୁମ୍ବନ ବିଧାନେ । ମଧୁ ରସ ଦାନେ । ହର ମୋ ମରମ ପରାଶ ରେ
7
ବସୁଦୁର୍ଗ ରାଜା । ସୁଖେ କର ତାଜା । ରସିଯା ତଳପ ବିଳାସରେ