Gīta

Ratantare natantare

ରତାନ୍ତରେ ନତାନ୍ତରେ

Text

Ghoṣā

ରତାନ୍ତରେ ନତାନ୍ତରେ ହେଲେ କେଡ଼େ ଅଳି ଲୋଳ ଗୋ

1

ଶିଥିଳ କବରୀ ବାନ୍ଧୁ ବାନ୍ଧୁ ତରତରେ ଶାଢ଼ୀ ପିନ୍ଧୁ ପିନ୍ଧୁ କୋଟି ରାଣ ବୋଲି ପ୍ରାଣବନ୍ଧୁ ଭିଡ଼ି କଲେ କୋଳ ଗୋ

2

ଇସି ମଲି ବୋଲି ବୋଲୁ ବୋଲୁ କର ସରସିଜେ ପେଲୁ ପେଲୁ ନଖ ଶିଖ ଖେଳ ସୁଖ କରାଇଲେ ପରବଳ ଗୋ

3

ବିବିଧ ବିନୟ କରୁ କରୁ ଚରଣ ପଲ୍ଲବ ଧରୁ ଧରୁ ଦନ୍ତକ୍ଷତ ପରିଚିତ କରିଦେଲେ ଗଣ୍ଡସ୍ଥଳ ଗୋ

4

ନ ପାରଇ ବୋଲି କହୁ କହୁ ମୋ ଦେହ ବଞ୍ଚାଇ ରହୁ ରହୁ କାମ ଅମଳରେ ଶ୍ୟାମ ହେଲେ ଅତି ଅସମ୍ଭାଳ ଗୋ

5

କହେ ଅଷ୍ଟଦୁର୍ଗ ଧରାନାହା ଶୁଣି ସଖୀ ଜଣାଇଲେ ଏହା ପ୍ରିୟସହି ତୋର ସେହି ମନୋରଥ ଲତା ଫଳ ଗୋ

Sources

Cite this record


Last updated 2026-11-01. Record as JSON