Rati pahi gala he hati
ରାତି ପାହିଗଲା ହେ ହାତୀ
Text
Ghoṣā
ରାତି ପାହିଗଲା ହେ ହାତୀ ହୁଅ ଅପହୁଡ଼ ତେଜ ସୁପାତି
1
ହେମ ହେଲା ଉରମୁକୁତା ପାନ କଳ ଲାଗିଲା ପିତା କରଟ କୁମ୍ଭାଟ ଚମକି ରଟନ୍ତି ରାଜିଲା ଅରୁଣ କିରଣ କାନ୍ତି
2
ଛୁଇଁ ଗଙ୍ଗଶିଉଳି ବନ ବହିଲାଣି ମୃଦୁ ପବନ ରଥାଙ୍ଗ ଦମ୍ପତ୍ତି ହୃଦୟରୁ କିଛି ଦୂର ହୋଇଲାଣି ବିରହ ତାତି
3
ବିଳସିଲେ କୁମୁଦ ନିଦ ଅଳିକୁଳ ହେଲେ ପ୍ରମୋଦ ଲାଗିଲାଣି ଭୟ ସଙ୍ଗିନୀ ନିଶ୍ଚୟ ଇଙ୍ଗିତରେ ଘେନି ଯିବେ ମୋ ଜାତି
4
ମନ ମୋର ଧୃତି ନ ଟଳୁ ଧନ ମୋତେ ମେଲାଣି ମିଳୁ ରାଧା ନନ୍ଦସୁତ ମାତିଲେ ବୋଲି ତ ତୁଚ୍ଛାକୁ ଏ ବ୍ରଜମଣ୍ଡଳେ ଖ୍ୟାତି
5
ଜଳନ୍ତର ଭୂପତି କହେ ଅଙ୍ଗରାଗ ଅଛି ମୋ ଦେହେ ଅତି ସେ ନ ଜରୁ ହେମ ଉରୋଜରୁ ଶିଥିଳାଇ ଦିଅ ଅଳପ ଛାତି