Gīta

Syama kede abujhana

ଶ୍ୟାମ କେଡ଼େ ଅବୁଝାଣ

Text

Ghoṣā

ଶ୍ୟାମ କେଡ଼େ ଅବୁଝାଣ ଗୋ ତା ଲାଗି ଯିବ ଏ ପରାଣ ଗୋ

1

ଚୋରପଣେ ଆସି ମୋର ପାଶେ ବସି ଘୋର ଆଚରଇ ଟାଣ ଗୋ ସ୍ମର ମରଦଇ ତା ବଚନ ପାଇ ବିଷମ ଶର ପଠାଣ ଗୋ

2

ପଚାଇ ଦେବାକୁ ଅଭିଳାଷ ଫଳ ନଚାଇ ଭୂରୁ କମାଣ ଗୋ ଫଟାଇ ଦିଅଇ ଧୃତିକି ପ୍ରହାରି କଟାକ୍ଷ କପଟବାଣ ଗୋ

3

ଗୋଟିଏ ଗୋଟିଏ ଅଳପ କଥାକୁ କୋଟିଏ ପକାଏ ରାଣ ଗୋ ସରେ ସେହି ଅବସରେ ସବୁ ସହି କରେ ଯେଡ଼େ ହଇରାଣ ଗୋ

4

ଜମି ରହେ ମନ ତା ଭଙ୍ଗୀରେ କାହିଁ ନ ମିଳଇ ପରିତ୍ରାଣ ଗୋ ଲାଜ ବିହଙ୍ଗକୁ ଝାମ୍ପଇ ତା ଶୋଭା ଦମ୍ଭ ଚପଳ ସଞ୍ଚାଣ ଗୋ

5

ଜଣାଇଲେ ସଖୀ ଧୂର୍ତ୍ତ ସେ ଭୁଜଙ୍ଗ -ପଟା ନାଟୁଆ ପ୍ରମାଣ ଗୋ ଜଗଦ୍ଦେବ କହେ ତା ସ୍ନେହ ବିରହେ ପବିପାତ ଭଲ ଜାଣ ଗୋ

Sources

Cite this record


Last updated 2026-11-01. Record as JSON