Gīta

Syama sama kamaniya

ଶ୍ୟାମ ସମ କମନୀୟ

Text

Ghoṣā

ଶ୍ୟାମ ସମ କମନୀୟ ନାହିଁ ଆଉ ତା ବାହୁଭିଡ଼ାରେ ମୋର ଦିନ ଯାଉ

1

କି ସୁନ୍ଦର ପୀତପଟ । ତ୍ରିଭଙ୍ଗ ମୁରଲୀନଟ । ତା ଶିର ମୁକୁଟ ଦିଶେ ଦାଉଦାଉ

2

ଆଳି ମଙ୍ଗଳାଙ୍କୁ ଜଣା । ଥିଲେ ନ ଥିଲେ କରୁଣା । ନୟନସମ୍ପତ୍ତି ମୋର ଜୀଇଥାଉ

3

ପଡ଼ିଗଲେ ତା ନଜରେ । ମଦନ ମାଦକ ଶରେ । ନାରୀ ହୃଦୟରୁ ଖସିପଡ଼େ ହାଉ

4

ନିନ୍ଦିଲେ ନିନ୍ଦନ୍ତୁ ଜନେ । ତା ପଛେ ମୁଁ ବନେ ବନେ । ଶିରେ ଘେନି ବୁଲୁଥିବି ତା କଠାଉ

5

କବିରବି ଭାଷେ ରସେ । ମନମଥ ରତିତ୍ରାସେ । ତା ପ୍ରେମସାଗରେ ଚିତ୍ତ ବୁଡ଼ିଯାଉ

Sources

Cite this record


Last updated 2026-11-01. Record as JSON