Sajani aja rajani re
ସଜନୀ ଆଜ ରଜନୀରେ
Text
Ghoṣā
ସଜନୀ ଆଜ ରଜନୀରେ ନଇଲେ ବ୍ରଜମୋହନ ମନ କେହୁ ମୋହିଲା ରେ
1
ମୋ ଦେହେ ଦେଇ କରକମଳ ବାରମ୍ବାର ନିୟମ କରି କେତେ କହିଲା ରେ କପଟ ମତି କରି ସାହସେ ସେ କିପରି ଧରମ ତାକୁ ସହି ସହିଲା ରେ
2
ଲଗାଇ ପ୍ରେମରସ ମଧୁ ଜନ୍ମାଇ ବିଷ ନୟନୁ ଅଶ୍ରୁ ବରଷାଇଲା ରେ ଭଜି ମୁଁ ନିଶା ଦିବା କି ଅପରାଧୁଁ ଅବା ମୋ ଠାରେ ଅବଧାନ ନୋହିଲା ରେ
3
ଭାଙ୍ଗି ରଖିଛି ପାନ କର୍ପୂର ଶ୍ରୀଚନ୍ଦନ ଏବେ ତ ବେଶ ବାସି ହୋଇଲା ରେ କାହା ସୁରତେ ମାତି ଆସି ହେଲା ପାହାନ୍ତି କୁକ୍କୁଟ କୁଆ ରାବେ ରଟିଲା ରେ
4
ଏ ପାପ କାମ ମୋତେ ଦଣ୍ଡ ଦେଲାଣି ଯେତେ ପରାଣ ତୁଲେ ପିଣ୍ଡ ଦହିଲା ରେ କବିମିହିର ଚିନ୍ତା ଆହା ବ୍ରଜବନିତା କପାଳେ ବିହି ଏହା ଲିହିଲା ରେ