Gīta

Chahinchi matra sikhanda lo

ଚାହିଁଛି ମାତ୍ର ଶିଖଣ୍ଡ ଲୋ

Text

Ghoṣā

ସଖି ଚାହିଁଛି ମାତ୍ର ଶିଖଣ୍ଡ ଲୋ

1

ତୁଚ୍ଛା ଅପବାଦେ ଚମକି ପଡ଼ିଛି ଏ ବ୍ରଜବଜାର ଦାଣ୍ଡ ଲୋ

2

ଚିକ୍କଣ ଶ୍ୟାମଳଚନ୍ଦ୍ର ନିକଟକୁ ଚାଳି ନାହିଁଟି ପହଣ୍ଡ ଲୋ

3

ଚୋରି ଯେବେ କରିଥିଲି ମୁଁ ତାଙ୍କରି ଚୁମ୍ବିଛି କି ଚାରୁ ଗଣ୍ଡ ଲୋ

4

ଚେଟୀ ହେଲେ ତାର ବରଷନ୍ତା ମୋର କ୍ଷୀର ଉପରେ ତ ଖଣ୍ଡ ଲୋ

5

ଚଳୁଆଟି ବଡ଼ ମୋ ଘର ଗଉଡ଼ ଶୁଣିଲେ ହେବ ପ୍ରଚଣ୍ଡ ଲୋ

6

ଚପରାସି ଚୟ ପେଷି କଂସରାୟ ନିର୍ଦ୍ଦୋଷେ ନେବ କି ତଣ୍ଡ ଲୋ

7

ଅଷ୍ଟଦୁର୍ଗେଶ୍ୱର ଭକ୍ତି ନତଶିର ଶ୍ୟାମ ପଦକଞ୍ଜେ ମଣ୍ଡ ଲୋ

Sources

Cite this record


Last updated 2026-11-01. Record as JSON