Se gajendra gati mote
ସେ ଗଜେନ୍ଦ୍ର ଗତି ମୋତେ
Text
Ghoṣā
ସେ ଗଜେନ୍ଦ୍ର ଗତି ମୋତେ ପ୍ରତି ଦିଶେ ଦିଶିଲା
1
ଏ ଜଗତେ ଭାବ ଯେତେ ନ ରହିଲା ମୋର ଚିତ୍ତେ ଯେଣିକି ଚାହିଁଲେ ସେ ତ ତାହା ପରି ଦିଶିଲା
2
ସହଜେ କାନ୍ତିରେ ତୋରା ଧଇଲେ ନ ଦିଏ ଧରା ମାର ମାରଗଣ ଗାଢ଼େ ମରମରେ କଷିଲା
3
ମୁଁ ତାହାର ପ୍ରୀତି କିଣା ହେବାରୁ ଅଧିକେ ବଣା ମୃଗାକ୍ଷୀର ବିନା ଆନେ ମନ ମୋ ନ ରସିଲା
4
ଅତି ଯତ୍ନ କରି ବଳେ ଶୟନ କରିବା କାଳେ କ୍ଷଣେ ହେଲେ ନିଦ୍ରା ମୋ ଈକ୍ଷଣକୁ ନ ଦିଶିଲା
5
ବୋଲେ ଅଷ୍ଟଦୁର୍ଗେଶ୍ୱର ତା ପାଶୁ ହେବାରୁ ଦୂର ଦିନକୁ ଦିନ ମଦନ ଜୀବନକୁ ଶୋଷିଲା