Jathartha kari syama kahuchi he
ଯଥାର୍ଥ କରି ଶ୍ୟାମ କହୁଛି ହେ
Text
Ghoṣā
ଯଥାର୍ଥ କରି ଶ୍ୟାମ କହୁଛି ହେ ଜେମାର ଅଙ୍ଗୀକାର ନୋହୁଛି ହେ
1
ଯାମକୁ ଯାମ ତାମରସ ନେତ୍ରାକୁ କାମ ବିନ୍ଧି ମରମେ ଶର ମୋହୁଛି ହେ ତେମନ୍ତେ ହେଲେ ଯାହା କରିଅଛି ସୁଦେହା ଚିତ୍ତେ ନିବିଡ଼େ ଶଙ୍କା ରହିଛି ହେ
2
ଯତ୍ନ କଲେ ନ ରହି ନିରତେ ପ୍ରିୟସହି ନୟନୁ ଅଶ୍ରୁଧାରା ବହୁଛି ହେ ଯାବକ ଚିତ୍ର ଚାରୁ ଚରଣ ପଙ୍କଜରୁ ପଡ଼ିବା ପ୍ରବାହରେ ଧୋଉଛି ହେ
3
ଯାବତ ସୁବିନୟ କହିଲେ ମୁଁ ସଦୟ ନ କରି ତୁନି ହୋଇ ରହିଛି ହେ ନବ ନଳିନୀ ଦଳେ ପହୁଡ଼ିଛି ବିକଳେ ନିଃଶ୍ୱାସ ମାତ୍ର ତାର ବହୁଛି ହେ
4
ଯାମିନୀଶ ବସନ୍ତ ମଧୁପ ପରଭୃତ ରୁତ ଜାତ ସନ୍ତାପ ସହୁଛି ହେ ନବପଲ୍ଲବ କରେ ଅବିରତେ ଶୋକରେ ଚାରୁ ଖଣ୍ଡମଣ୍ଡଳ ବହୁଛି ହେ
5
ଯାତନା ଦେଇ କୁମ୍ଭଜିତସ୍ତନାକୁ ତୁମ୍ଭ ବିରହ ହୁତବହ ଦହୁଛି ହେ ଜଗଦ୍ଦେବ ଭାଷଇ ତାର ସହାୟ ହୋଇ ମଳୟ ଗନ୍ଧବହ ବହୁଛି ହେ