Gīta

Rasa rangini nirasa na kara

ରାସରଙ୍ଗିନୀ ନିରାଶ ନ କର

Text

Ghoṣā

ରାସରଙ୍ଗିନୀ ନିରାଶ ନ କର ଦାସ ମୁଁ ତୋହର । କାଶହାସୀରେ ନାଶି ଦୋଷକୁ ଭାଷ ସୁମଧୁର

1

କାଞ୍ଚନଗୋରୀ ସଞ୍ଚିତ ଜନେ ମୁଞ୍ଚିତ ନ କର ଉଁଚ୍ଛିତକେଶୀ ବଞ୍ଚିତ ଆଶା ନାହିଁ ତ ମୋହର

2

ବାରଣଗତି ମାର ମାରଣୁ ବାରେ ତୁ ଉଦ୍ଧର ଶରଣ ଜନେ ଦାରୁଣ ଭୀତି ଆଉ ତୁ ନ କର

3

ମନ୍ଦରସ୍ତନା ଛନ୍ଦ ନ କର ବନ୍ଦନ ମୋହର ସୁଦରଶନେ ଆଦର କରି ଦିଅ ତୁ ଅଧର

Sources

Cite this record


Last updated 2026-11-01. Record as JSON