Gīta

Pankaja mukhi re

ପଙ୍କଜ ମୁଖୀ ରେ

Text

Ghoṣā

ପଙ୍କଜ ମୁଖୀ ରେ ଅଙ୍କମଣ୍ଡନା ମୋର ରଙ୍କ ରତନହାର ଟଙ୍କଧରାରି ଆତଙ୍କରୁ ରଖ ମୋରେ

1

ମହୀକି କାହିଁ ଚାହିଁ ରହି ଅଛୁରେ ସହି ବହିଯାଉଛି ନୀର ଧାରକୁ ଧାର ହୋଇ (ପଡ଼ି) ଗଣ୍ଡେ ମଣ୍ଡି ପାଣି ପଣ୍ଡିତା ଶିରୋମଣି ଚାଣ୍ଡରେ କାହୁଁ ଏ ଦୁର୍ଦ୍ଦଣ୍ଡ ବିହିଲୁ ଆଣି ତାଣ୍ଡବପ୍ରିୟ ପର କାଣ୍ଡରେ ଶର ଟାଣି ଖଣ୍ଡ ଖଣ୍ଡ ପିଣ୍ଡ ଦଣ୍ଡେ କରିବାରେ

2

କେଶ ବାସରେ ତୋର ଲେଶେ ନାହିଁ ଆଦର କେଶ ମୁକୁଳା ଶେଷମୋହିନୀ ରେ ମୋହର (ପଡ଼ି) ଦାସ ଦୋଷକୁ ଏ ପ୍ରାସ ଅସୁନ୍ଦର କାଶହାସିନୀରେ ରୋଷକୁ ପରିହର ନାଶ କଲେ ଯଶ ଲେଶ ଅଛିକି ତୋର ଆସ ଆସ ରାସରଙ୍ଗିନୀ ପାଶେ ମୋର

Sources

Cite this record


Last updated 2026-11-01. Record as JSON