Sahi re muhi bada dukhini
ସହିରେ ମୁହିଁ ବଡ଼ ଦୁଃଖିନୀ
Text
Ghoṣā
ସହିରେ ମୁହିଁ ବଡ଼ ଦୁଃଖିନୀ କି କହିବି ମୋ ଅନ୍ତର କାହାଣୀ
1
ଆଲୋକ ବିଶ୍ରୁତ ମାଧୁରୀ ଯାର ଅନୁରତ ଚିତ୍ତ ସହିତା ପ୍ରତି ମୋର
2
ନିରନ୍ତର ଘର ଗମ୍ଭୀରି କୋଣେ ଆବଦ୍ଧ ହେଲି ସହି ଡରି ଗୁରୁଜନେ
3
ପ୍ରବାସକୁ ଯାନ୍ତି ଲୋକେ ଯେପରି ମୋ ପକ୍ଷେ ଦେହଳୀ ଦ୍ୱାର ସେପରି
4
ଆଶା ଉତ୍କଣ୍ଠା ଯାହା ପାଇଁକି କେତେ ବାଧା ବିଘ୍ନ ପଡ଼େ ତହିଁକି
5
ଏଣେ ଗୁରୁଜନ ସର୍ବେ ବଇରୀ ବିଡ଼ମ୍ବନା ଗ୍ରନ୍ଥା ମୁଁ କୁଳନାରୀ
6
ଶୁଣି ସ୍ୱାମିନୀଙ୍କ କାତର ବାଣୀ ବୋଧେ ଗୋପାଳକୃଷ୍ଣ ଯୋଡ଼ି ବେନି ପାଣି