Rasalasa re rasi puni
ରସାଳସା ରେ ରସି ପୁଣି
Text
Ghoṣā
ରସାଳସା ରେ ରସି ପୁଣି ଏକି ଲୋକହସା ରେ
1
ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ
2
ରତିନାଥ ସମର ପ୍ରଶଂସାରେ ରମଣୀ କେ ନ ରସନ୍ତି ସଂସାରେ
3
ରସିକେ ରସନ୍ତି ସିନା ନିଶାରେ ରଜନୀ ଶେଷରେ ଏ କି ଦଶା ରେ
4
ରହୁନା ଅଯଶ ଆଉ ରସାରେ ରସାରୁହରୁ ଲତାକୁ ଖସା ରେ
5
ରମଣୀୟ ହେମକୁ ସୁଦୃଶା ରେ ରଖିଲୁ କେଡ଼େ ନିବିଡ଼େ ମସାରେ
6
ରାଜା ଅଷ୍ଟଦୁର୍ଗର ଏ ଭାଷା ରେ ରଚେ ବିଜେ ଏବେ ହେଉ ସୁସାରେ