Gīta

To daya thau re dhana

ତୋ ଦୟା ଥାଉ ରେ ଧନ

Text

Ghoṣā

ତୋ ଦୟା ଥାଉ ରେ ଧନ ହେଲି ମେଲାଣି ଅରୁଣାଧରୀ ନୟନୁଁ ନ ବୁହା ପାଣି

1

ମୁଖ ଶୁଖାନା ରେ ବାଳୀ ହରିଣେକ୍ଷଣୀ ଦାରୁଣ ବିହି ବିହିଲା କି ଦଣ୍ଡ ଆଣି

2

ଦୂରେ ଥିଲେ ପାଶେ ଅଛି ଥିବୁ ରେ ଜାଣି ଲେଖି ଲେଖା ପଠାଇବି ସେ ତ ଚିତ୍ରସାରଣୀ

3

ମୁଖକୁ ଅନାଇଁ ଥରେ କହରେ ବାଣୀ ସୁନାଶୀର ସମ୍ପତ୍ତି ତୁ ଲୋଡ଼ୁ ଧରଣୀ

4

ଭାଷନ୍ତି ଗୋପାଳକୃଷ୍ଣ ଶୁଣ ରମଣୀ ସୁମନେ ମେଲାଣି ଦିଅ ଧରୁଛି ପାଣି

Sources

Cite this record


Last updated 2026-11-01. Record as JSON