Gīta

Banchai sajani mote

ବଞ୍ଚାଇ ସଜନୀ ମୋତେ

Text

Ghoṣā

ଜନେ ଜାଣିଲେନି ବୋଲି ତୁ ଏକା ନ ଜାଣୁ ବଞ୍ଚାଇ ସଜନୀ ମୋତେ ବଚନକୁ ଜିଣୁ

1

ନବ ନୀରଦକୁ ଦେଖି ଆଖିର ପଲକ ରଖି ଏପରି ଛବି କେ ଅଛି ବୋଲି ଯାହା ଭଣୁ

2

ଥରକୁ ଥର କାନନ ବାଟକୁ ଅନାଉ ଦିନ ଅଣ୍ଟୁନାହିଁ ଅପରାହ୍ନ କାଳ ନ ହେଉଣୁ

3

ଲୁଚିକରି ସକୂଟରେ ବଞ୍ଚି ରାତି ତା ପାଶରେ ଲେଉଟି ଯିବାର କାକ ପିକ ନ ଡାକୁଣୁ

4

କରିକି ଏତେ ସାହାସ ନୂଆ କିଶୋର ବୟସ ଆଜକୁ ବାହାରି ନାହିଁ ଭୟରେ ପ୍ରାଙ୍ଗଣୁ

5

ଏ ବ୍ରଜେ ଦୋଷ ଦେବାକୁ ଅଛି କେ ଆଉ କାହାକୁ ଗୋପାଳକୃଷ୍ଣ ଭଣେ ତୁନି ହୋ କେହି ନ ଶୁଣୁ

Sources

Cite this record


Last updated 2026-11-01. Record as JSON