Keli nipa mulaku tu ana
କେଳି ନୀପମୂଳକୁ ତୁ ଅନା
Text
Ghoṣā
କେଳି ନୀପମୂଳକୁ ତୁ ଅନା ରେ ସୁଲୋଚନା
1
ନବ ବାରିଧର ଜିଣି ଦିଶେ ତନୁ କର୍ଣ୍ଣରେ କୁଣ୍ଡଳ ଗଞ୍ଜେ ନବ ଭାନୁ ରୁଣ୍ଡ କରେ କାମ ଶକ୍ର କାଣ୍ଡ ଧନୁ ତୀର ନେତ୍ର ତୀକ୍ଷ୍ଣ ମୁନା
2
ବକାଳି ପନ୍ତିକି କୁସୁମ ମାଳିକା ଖେଳା କରେ ହୃଦେ ମଲ୍ଲିକା ମାଳିକା ବିରହିଣୀ ଧନୀ କାମେ ବିହ୍ୱଳିକା ବାଳା ଅବନୀମଣ୍ଡନା
3
ଲପନ ଝଲକେ ମୃଗାଙ୍କ ମଣ୍ଡଳେ କରି ଶୁଣ୍ଢ ବାରି ଦଣ୍ଡେ ଖେଳା କରେ ମୁରଲୀ ତନ୍ତରେ ବାଦ୍ୟ ନୃତ୍ୟ କରେ ଝଟକେ ମନ ମୋହନା