Gīta

Biraje mohana re

ବିରାଜେ ମୋହନ ରେ

Text

Ghoṣā

ବିରାଜେ ମୋହନ ରେ ଆସ ରାସ କୁଞ୍ଜେ କଞ୍ଜନୟନୀ ବହନରେ

1

ସଂସାରର ସାର ରସ ସରସୀ ସମାନ ରତିପତି କୃତି ଘେନେ ଅପଘନରେ

2

ଦେଖିଲେ କମଳଦଳ କୋମଳ ବଦନ ଭାବ କାନ୍ତ କାନ୍ତି ପନ୍ତି ନିନ୍ଦନ୍ତି ସୁମନ ରେ

3

ପୁଣ୍ୟପୁଞ୍ଜ କି ବା କୁଞ୍ଜ କରିଛି ମଣ୍ଡନ ପବିତ୍ର ହୋଇବ ନେତ୍ର କଲେ ଦରଶନ ରେ

4

ଧୀରାଧରା ମଣ୍ଡନା ତୁ ଲଭିଲେ ଆସନ ବନ୍ଧୁ ପାଶେ ସୁଖସିନ୍ଧୁ ଉଚ୍ଛୁଳିବ ଜାଣ ରେ

Sources

Cite this record


Last updated 2026-11-01. Record as JSON