Gīta

Pamara mana rama anuja namaku

ପାମର ମନ ରାମ ଅନୁଜ ନାମକୁ

Text

Ghoṣā

ପାମର ମନ ରାମ ଅନୁଜ ନାମକୁ ରଟୁଥାରେ ବାମ ନୋହିବ ତାମରସର ବନ୍ଧୁଜ ତୋହଠାରେ

1

କାମମୋହନ ଶ୍ୟାମସୁନ୍ଦର ଦାମ ଉଦର ମନ୍ଦରଧର ଧାମକୁ ଯାଇ କୁଟୀର ବନାଇ ବସ ହଂସଜା ପନ୍ତାରେ

2

ଗ୍ରାମ ଯାବଟ ଶ୍ରୀନନ୍ଦୀଶ୍ୱର ମୁଖରାଇ ବରଷାଣ ନବର ବୁଲି ଝୁଲି ଧରି ମାଗି ମଧୁକରୀ ଭୁଞ୍ଜ ରାଧେଶ୍ୟାମ ନାଁରେ

3

ସମର୍ଥ ଆଉ ପଳାଇଯା ଯା ପରିହରି ସୁତ ବିତ୍ତ ଭାରିଯା ଉନମତ୍ତ ହୋଇ କରେ ତାଳି ବାଇ କୃଷ୍ଣଗୁଣ ଗୀତ ଗାଆରେ

4

ଯାମ ଯାମକେ କର ସ୍ମରଣ ଶ୍ରୀ ଯୁଗଳ ଲୀଳା ରସ କଥନ ସାଧନେ ସ୍ୱତନ୍ତ୍ର କାମ ବୀଜମନ୍ତ୍ର ଗୋପାଳକୃଷ୍ଣେ ଜପାରେ

Sources

Cite this record


Last updated 2026-11-01. Record as JSON