Gīta

Gostha chandramanku asa boli re sahi

ଗୋଷ୍ଠଚନ୍ଦ୍ରମାଙ୍କୁ ଆସ ବୋଲିରେ ସହି

Text

Ghoṣā

ଗୋଷ୍ଠଚନ୍ଦ୍ରମାଙ୍କୁ ଆସ ବୋଲିରେ ସହି କହିଦେଲୁନି କିରେ । ଏତିକି ବେଳୁ ମୋ ତନୁ ଥରିଲାନି ଦେଖି ନାହିଁ ମୁଖ ଆଉରି ଆଖିରେ

1

ଗୃହ କୃତ୍ୟ ସ୍ଫୂର୍ତ୍ତି ହେଲା ନାହିଁ ତିନି ପହରରୁ ମତିରେ କେତେବେଳେ କେ ଦେଖି ଦେବଟି ବୋଲି ଦମଦମ ହୃଦ ହେଉଛି ଭୀତିରେ

2

କି ବୁଦ୍ଧି କରିବି କୁଟିଳା ମର୍କଟ -ମୁଖୀ ଅଛି ପୁରତେ ଅଗଣାକୁ ଗଲେ ଦେଇ ଅପବାଦ ମାରି ତାଳି ଆସି ନାଚିବ ଦୁଆରେ

3

କି କରୁଥିଲେ ତୁହି ଗଲାବେଳକୁ ଥିଲେ କେଉଁ ଠାବରେ କି ବୋଇଲୁ କିସ ପଚାରିଲେ ତୋତେ କହୁ ସିନା ଚାଲ ଯିବା ରହସ୍ୟରେ

4

ନ ଆସ ବୋଲି ଜଣାଅ ଯାଇ ହେଲେ ସଖୀ ଜୁହାରୁଛି ମା ଚନ୍ଦ୍ରାବଳୀ ହେଲା ପରି ହେବି ସିନା ଜଳଜଳ ମୋତେ ଦିଶୁଛି ଆଖିରେ

6

ଗୋପାଳକୃଷ୍ଣ ଭାଷେ ଜଗିଥିଲେ ସେ ତୋ ପାଇଁ ପ୍ରାଙ୍ଗଣରେ ଲାଗ ହୋଇ ଏଣେ ତେଣେ ଚାହିଁ ଧୀରେ ଭାଷିଲେ ଥାଉଛି ପୁଷ୍ପ ବାଟିକାରେ

Sources

Cite this record


Last updated 2026-11-01. Record as JSON