Ghena ghena re mana
ଘେନ ଘେନ ରେ ମନ
Text
Ghoṣā
ଘେନ ଘେନ ରେ ମନ ଶ୍ରୀକୁଣ୍ଡବାସୀଙ୍କର ଶିକ୍ଷାବଚନ
1
ଯାହାଙ୍କର ମଧୁର ସୌନ୍ଦର୍ଯ୍ୟ ଛଟା ରତି ଗଉରୀ ଲୀଳା ସୌନ୍ଦର୍ଯ୍ୟ ହଟା
2
ଯାହାଙ୍କର ସୌଭାଗ୍ୟ ତ୍ରିଲୋକେ ନାହିଁ ଶଚୀ ଲକ୍ଷ୍ମୀ ଆଦିଙ୍କି ପରା ଭାବଇ
3
ଯାହାଙ୍କର ସୁଗୁଣାବଳୀ ଅପାର ଚନ୍ଦ୍ରାଦି ବ୍ରଜ ଯୋଷା ହେଲେଟି ଦୂର
4
ସେହି ଶ୍ରୀ ସ୍ୱାମିନୀଙ୍କି ତୁ ନିରନ୍ତର କିଙ୍କରୀ ଅଭିମାନେ ଭଜନା କର
5
ସୌନ୍ଦର୍ଯ୍ୟ ସଉଭାଗ୍ୟ ସୁଗୁଣବତୀ ସେ କୃଷ୍ଣପ୍ରିୟା ରାଧା ଦେବେ ସୁଗତି
6
ଶ୍ରୀବ୍ରଜେ ବାସ ବାଞ୍ଛା କରି ମାନସ ଗୋପାଳକୃଷ୍ଣ ହରୁ ତ୍ରିତାପ କ୍ଳେଶ