Syama mo galara mali go
ଶ୍ୟାମ ମୋ ଗଳାର ମାଳି ଗୋ
Text
Ghoṣā
ଶ୍ୟାମ ମୋ ଗଳାର ମାଳି ଗୋ ଶ୍ୟାମ ଲାଗି ମୁଁ ପାଗଳି ଶ୍ୟାମ ସୁମନରେ ଅତି ଯତନରେ ଭରିବି ପୂଜାର ଥାଳି ଗୋ
1
ଶ୍ୟାମଳ ବସନ କରି ପରିଧାନ ତୋଳି ଶ୍ୟାମ ଫୁଲକଳି ଶ୍ୟାମ ଚୂଳେ ଦେବି ଶ୍ୟାମକୁ ପୂଜିବି ଶ୍ୟାମ କୁଞ୍ଜେ ଖେଳି ଦୋଳି ଗୋ
2
ଶ୍ୟାମଳ କଙ୍କଣ କରେ ଆଭରଣ କରି ହୋଇବି ଛଇଳି ଶ୍ୟାମ ବଂଶୀସ୍ୱନ ଶ୍ରବଣେ ଶୁଣିଣ ନାଚୁଥିବି ଢଳି ଢଳି ଗୋ
3
ଶ୍ୟାମ ନାମ ଶ୍ରୁତିତଟେ ଶୁଣି ମତି ଉଠିଥିବ ଫୁଲି ଫୁଲି ଶ୍ୟାମ ଗୁଣ ଗାଇ ତନୁ ଚମକାଇ ଚାଲୁଥିବି ଝୁଲି ଝୁଲି ଗୋ
4
ଶ୍ୟାମବନ୍ଧୁ ମୋର ଚିର ଆପଣାର ମୁଁ ତାଙ୍କର ରସକଲି ଗୋପାଳକୃଷ୍ଣର ଜୀବ ସେ ଶ୍ୟାମର ଶ୍ରୀଚରଣେ ବନ୍ଧା ଦେଲି