Mu chhadi denti ki disa dele
ମୁଁ ଛାଡ଼ିଦେନ୍ତି କି ଦିଶା ଦେଲେ
Text
Ghoṣā
ମୁଁ ଛାଡ଼ିଦେନ୍ତି କି ଦିଶା ଦେଲେ
1
ପୁର ପଦ୍ଧତିରେ ଶ୍ରୀ ଚରଣାବ୍ଜରେ ମୁଁ ନ ଲୋଟନ୍ତି କି
2
ପଦାବ୍ଜର ଧୂଳି ଅଙ୍ଗେ ହୋଇ ବୋଳି ମୁଁ ନ ଗଡ଼ନ୍ତି କି
3
ଆନନ୍ଦରେ ପ୍ରେମ ପୀୟୂଷ ସିନ୍ଧୁରେ ମୁଁ ନ ମଜ୍ଜନ୍ତି କି
4
ମୋର ଦଶା ଡୋଳେ ବିଲୋକି ବିକଳେ ତୋଳନ୍ତେ ନାହିଁ କି
5
ହୋଇଲାର ଯୋଗ ଶ୍ରୀ କୃଷ୍ଣାଙ୍ଗରାଗ ମୁଁ ନ ଲଭନ୍ତି କି
6
ପ୍ରତୀକରେ ଜୀବ ପ୍ରବେଶ ଉତ୍ସବ ଘଟନ୍ତା ନାହିଁ କି
7
ଗୋପାଳକୃଷ୍ଣର କୋଟି ଜନ୍ମାନ୍ତର ଦୁଃଖ ରହନ୍ତା କି