Ki sunili aja nua kari
କି ଶୁଣିଲି ଆଜ ନୂଆ କରି
Text
Ghoṣā
କି ଶୁଣିଲି ଆଜ ନୂଆ କରି ସତଟିକି କହ ସହଚରୀ ତୁ ପୁଣି କିଶୋରମଣିକି ବିଲୋକି ମଥା ପୋତି ଗଲୁ ଅପସରି
1
ସ୍ମରଣା କରୁଛି ଅଦୃଷ୍ଟକୁ ଯାହା ମୂରତିକି ଦେଖିବାକୁ ଯୋଡ଼ିଏ ନୟନ ଦେଲୁ ବୋଲି ଯେତେ ନିନ୍ଦା କରୁଥାଉ ବିଧାତାକୁ
2
କ୍ଷଣେ ନ ମୂରୁଛି ଚିତ୍ରପଟ ବନକୁ ଯିବା ଆସିବା ବାଟ ଜଗି ବସିଥାଉ ଶିଖଣ୍ଡମୁକୁଟ ଭେଟକୁ କେ କଲା ଏଡ଼େ କୂଟ
3
ନିରେଖି ନଭରେ ନୀରଦକୁ ପୁଲକାଇ ଦେଇ ଶ୍ରୀଅଙ୍ଗକୁ ଯା ତନୁକାନ୍ତିକି ଲକ୍ଷ ବୋଲ ପକ୍ଷ ଲୋଡ଼ୁଥାଇ ପରିରମ୍ଭଣକୁ
4
ଗୋବର୍ଦ୍ଧନ ଶିଖରୀରେ ରହି ଗୋଷ୍ଠେନ୍ଦ୍ରସୁତ ପଥକୁ ଚାହିଁ ଦିନ ଦ୍ୱିଯାମରେ ଦ୍ୟୁମଣି ଶିଳାରେ ଉଭା ହେବା ଲୋଭ ଗଲା କାହିଁ
5
ଭାଷନ୍ତି ଶ୍ରୀମତୀ ହସି ଧୀରେ ଗୁରୁଜନେ ଥିଲେ ପୁରତରେ ଗୋପାଳକୃଷ୍ଣ କହିଲା ଠାରି କୃଷ୍ଣ ଜଗିଛନ୍ତି ପୁଷ୍ପ ବାଟିକାରେ