Gīta

Manarijha pirati ke

ମନରିଝା ପୀରତି କେ

Text

Ghoṣā

ମନରିଝା ପୀରତି କେ କଲାନି ମନା ଭିନ୍ନ କଲେ କରଇ ଦଇବ ସିନା

1

ଜାତି ନୀତି ଧନ ମହତ୍ତ୍ୱ ଗୁମାନ ତେଜିବାକୁ ଅଛି ଯାର ଆଲୋଚନା

2

ଚାର କି ଚାକର ଚାହିଁଲେ ତାହାର କରଇ ଯେ ପ୍ରଭୁ ସମ ସମ୍ଭାବନା

3

ଯା ଲାଗି ଯା ପ୍ରାଣ ଯିବ ଏ ପ୍ରମାଣ ଦେଲେ ଛାଡ଼ିବ କି ତା ତୁଳରେ ସୁନା

4

ନୟନ ଅୟନେ ଶୟନେ ସ୍ୱପନେ ନ ଦିଶଇ ଆନ ତା ମୂରତି ବିନା

5

ଯିବା ଯାଏ ଶିର ଯାର ଅଙ୍ଗୀକାର କଥା ପଦକୁ ଥାଇ କି ତା ଶୋଚନା

6

କହଇ ଗୋପାଳକୃଷ୍ଣ ସ୍ନେହଜଳ -ନିଧି କରିବେ କି ଜନେ ଅକଳନା

Sources

Cite this record


Last updated 2026-11-01. Record as JSON