Utha na kara matha
ଉଠ ନ କର ମଠ
Text
Ghoṣā
ଉଠ ନ କର ମଠ ତୋ ଦରଶନକୁ ମୋହନ ଆସିଛନ୍ତି ପରା ରେ
1
ପଲଙ୍କ ତଳରେ ପ୍ରଦୀପ ପାଶରେ ଉଭା ହୋଇଛନ୍ତି ଧୀରାଧୀରା ରେ
2
ହେବୁ ବୋଲି ବେଶ କରି କେତେ ଆଶ ଆଣିଛନ୍ତି ସୁମନସ ଝରା ରେ
3
ହୁଅ ଅପହୁଡ଼ ତଳପ ସଜାଡ଼ ପ୍ରାଣନାଥ ମନୋରଥ ପୂରା ରେ
4
ସଖୀ କର ଧରି ଶ୍ରୀ ନବକିଶୋରୀ ଚେତି ଉଭା ହେଲେ ବସୁନ୍ଧରାରେ
5
ସହି ଗଲେ କହି ସମୟକୁ ଚାହିଁ ଗୋପାଳକୃଷ୍ଣ ବୋଲଇ ତ୍ୱରାରେ