Gīta

Prema chintamaniki ke rusaila re

ପ୍ରେମ ଚିନ୍ତାମଣିକି କେ ରୁଷାଇଲା ରେ

Text

Ghoṣā

ପ୍ରେମ ଚିନ୍ତାମଣିକି କେ ରୁଷାଇଲା ରେ କ୍ରମରେ ଏଣିକି ଭରସାଇଲା ରେ

1

ଯେ କଲା ଏ ବିଚାର କି ଶତ୍ରୁ ମୁଁ ତାହାର ଭଙ୍ଗାଇ ମୋ ଆଶ ଲଭିବ କି ଯଶ କ୍ଷୀରରେ ଖାର କେ ମିଶାଇଲା ରେ

2

ପୁରାତନ ବେଶରେ ବସି କେଳିବାସରେ ଗୁନ୍ଥୁଥିଲା ହାର ଶୁଣି ମୋର ଗିର ନେତ୍ରୁ ନୀର ବରଷାଇଲା ରେ

3

ସେହି ଦିନ ମାତର ମୁଁ ତାକୁ ଦେଖିବାର ହେଲି କେଡ଼େ ଦୋଷୀ ଲହୁଲି ବୟସୀ ମୁଖ ଆଉ ନ ଦିଶାଇଲା ରେ

4

ଦୁଃଖ ଶୁଣି ମୋ ବ୍ୟଥା ଲଭି ବା ଥାଉ କଥା ପ୍ରସଙ୍ଗରେ ହେଲେ ମୋର ନାମ ଥରେ ବଦନରେ ନ ବସାଇଲା ରେ

5

ଗୋପାଳକୃଷ୍ଣ କହେ ମୂରୁଛିବାର ନୁହେଁ କାହାକୁ ବୋଲିବି କି କରି ଚାହିଁବି ବନ୍ଧୁ ଭଗାରି ହସାଇଲା ରେ

Sources

Cite this record


Last updated 2026-11-01. Record as JSON