Jibana bandhu maguni
ଜୀବନବନ୍ଧୁ ମାଗୁଣି
Text
Ghoṣā
ଜୀବନବନ୍ଧୁ ମାଗୁଣି ମାଗୁଛି ରେ ଏତିକି ନାହିଁ କରିବୁ ନାହିଁଟି କହିଲା ବିନତିକି
1
ନଚାଇ ଚରମେ ବେଣୀ ବଜାଇ ବଟି କିଙ୍କିଣୀ ଝୁଲାଇବୁ ବିପରୀତେ ଭୁଲାକିର ମୋତିକି
2
ସ୍ତନ ତୁଲେ ତୋରା ହାରା ତାଟଙ୍କ ଝଲକା ଝରା ଚଳାଇବୁ ଚାହିଁ ମୋତେ ନ ଲିଭାଇ ବତୀକି
3
ବିଲୋକିଛି ଦରାଧର ଭିଡ଼ା ମୁଖ ସୁଧାକର ସ୍ୱେଦ ଜରଜର ଅନମ୍ବର ଦେହ ଦ୍ୟୁତିକି
4
ଲତା ମଧ୍ୟରେ ନେଇ ଖଞ୍ଜନ ଡୋଳା ଖେଳାଇ ଯାହା ବୋଲୁଥିବୁ ଶୁଭୁଥିବଟି ମୋ ଶ୍ରୁତିକି
5
ଦୁଃଖରୁ ଉଦ୍ଧରିବାକୁ ଥିଲେ ଗୋପାଳକୃଷ୍ଣକୁ ଅଙ୍ଗୀକାର କରି ଥରେ ପଠିଆଅ ଦୂତୀକି