Chahan re nikunja sejaku
ଚାହାଁରେ ନିକୁଞ୍ଜ ଶେଯକୁ
Text
Ghoṣā
ଚାହାଁରେ ନିକୁଞ୍ଜ ଶେଯକୁ ଜୀବନର ବନ୍ଧୁ ରାଧାଗୋବିନ୍ଦ ସଜକୁ
1
କେତେ କାଳରୁ ବିରଞ୍ଚି ବାଛି ରଖିଥିଲା ସଞ୍ଚି ସଂସାର ସାର ସୁଷମା ସମ୍ପତ୍ତି ବ୍ରଜକୁ
2
ସୁମନ ତଳ୍ପ ସରରେ କରୀ ପରମ ତୋଷରେ ଧରିଲା ପରି ଦିଶୁଛି ସୁନା ପଙ୍କଜକୁ
3
ହେଉ ଚାରି ଆଖି ଏକା ହସୁ ପ୍ରିୟ ଶ୍ରୀ ରାଧିକା କାନ୍ତ କରେ ଲୁଚାଉଛି ଲୋଚନ ଲାଜକୁ
4
ଅଚଳ ଚପଳା ହୃଦେ ବହି ଘନ ହେଲ ଉଦେ ଉଚ୍ଛନ୍ନ ଦଶା ପଡ଼ିବ ମକରଧ୍ୱଜକୁ
5
ଏ ବ୍ରଜରେ ଆଖି ବହିଥିବା ଜନଙ୍କର ସହି ଜନ୍ମାନ୍ତର ପୁଣ୍ୟପୁଞ୍ଜ ଘଟିଛି ଆଜକୁ
6
ଗୋପାଳକୃଷ୍ଣ ବାତାଧ୍ୱ କବାଟ କଲା ନିରୁଦ୍ଧ ଆଳୀଏ ଯିବା ଉତ୍ତାରୁ ବଢ଼ାଇ ଭୁଜକୁ