Bajuchi sahi baja re
ବାଜୁଛି ସହି ବାଜାରେ
Text
Ghoṣā
ବାଜୁଛି ସହି ବାଜାରେ ତୋ ନାଁରେ ବ୍ରଜବଜାରେ
1
ଅଟ୍ଟାଳୀରେ ତୁ ଥିବାର କାନନୁ ସେ ଆସିବାର ଅନାଅନି ଚମତ୍କାର ଭାବନା ତୋର ତାହାର
2
ବ୍ରଜବନ୍ଧୁ ପୀତପଟ ତୋ ନୀଳଶାଢ଼ୀ ପାଲଟ ହୋଇବାର ବାଟ ଘାଟ ଯାକରେ ହେଲାନି ସ୍ଫୁଟ
3
ଯାଇ ଯମୁନା ପାଣିକି ତୁ ନ ବୁଡ଼ାଇ ଘଡ଼ିକି ନୀପରୁ ଶ୍ୟାମ ଛାଇକି ଅନାଇଁଥିଲୁ ନାହିଁକି
4
କହୁଥିଲା ଚନ୍ଦ୍ରାବଳୀ ଶେଯେ ଶିଖଣ୍ଡମଉଳି ହେଉଥିବାର ବାଉଳି ଜୟ ରାଧେ ରାଧେ ବୋଲି
5
ଗୋପାଳକୃଷ୍ଣ କହଇ ଗୋପୀଙ୍କି ସବୁ ଆସଇ ଆପଣାର ଦୋଷ ନେଇ ପରେ ଦିଅନ୍ତି ଲଗାଇ