Gīta

Kete belaku sri padabja disiba je

କେତେବେଳକୁ ଶ୍ରୀ ପଦାବ୍ଜ ଦିଶିବ ଯେ

Text

Ghoṣā

କେତେ ବେଳକୁ ଶ୍ରୀ ପଦାବ୍ଜ ଦିଶିବ ଯେ ଜୀବ ଅଳି ଯାଇ ସୁଖେ ବସିବ ଯେ

1

ଶ୍ରୀ ଗୋବିନ୍ଦ ବକ୍ଷସ୍ଥଳ ସଂଯୋଗର ପରିମଳ ତହୁଁ ଲଭି ଲୋଭେ ମଜ୍ଜି ରହିବ ଯେ

2

ଗୋଷ୍ଠେନ୍ଦୁ ନୟନ ଭୃଙ୍ଗ ସଙ୍ଗତରେ କରି ରଙ୍ଗ ସ୍ୱେଦ ମକରନ୍ଦ କ୍ଷୋଦ ପିଇବ ଯେ

3

ସୂକ୍ଷ୍ମ ଧୂଳି ପରାଗରେ ଲୋଟିବ ଅନୁରାଗରେ ସୁରମ୍ୟ ମଧୁର ନାଦ କରିବ ଯେ

4

ବ୍ରଜ ନବ ଯୁବାବର ଶ୍ରୀକରେ ଚିତ୍ର କଲାର ଯାବକ ପରିଧି ଯାକ ବୁଲିବ ଯେ

5

ସୌଭାଗ୍ୟ ରେଖାଦି ଚିହ୍ନ ଚିହ୍ନିବ କରି ଦର୍ଶନ ଭାବ ସୁଧା ବାରାଧିରେ ଭାସିବ ଯେ

6

ଅଶୋକ କଳିକା ବଳି ସୁସ୍ନିଗ୍ଧ କୋମଳାଙ୍ଗୁଳି ବିକଶିବ ବୋଲି ଆଶା ବଳିବ ଯେ

7

ଉର୍ଦ୍ଧ୍ୱରେ କେତକୀ କାନ୍ତି ତଳେ କୋକନଦ ଦ୍ୟୁତି ବିଲୋକ ଅତି ପ୍ରମୋଦ ମାତିବ ଯେ

8

ସୁମନ କମ ରତ୍ନର ଭୂଷାରେ ନୂପୁରାଦିର ପୁଷ୍ପ ଭ୍ରମେ ଉଡ଼ିତ ସ୍ପରଶିବ ଯେ

9

ଶ୍ରୀ ରୂପମଞ୍ଜରୀ କର ଲଳିତ ମଧୁରତର ପରମାନନ୍ଦ ଆଗାର ପାଇବ ଯେ

10

ଗୋପାଳକୃଷ୍ଣ ଏ ଭାଗ୍ୟ ଭୋଗକୁ ହୋଇବ ଯୋଗ୍ୟ ଶ୍ରୀ ସ୍ୱାମିନୀ ଦୟା ଦୃଷ୍ଟି ପଡ଼ିବ ଯେ

Sources

Cite this record


Last updated 2026-11-01. Record as JSON