Bihi nari kari mote
ବିହି ନାରୀ କରି ମୋତେ
Text
Ghoṣā
ବିହି ନାରୀ କରି ମୋତେ କାହିଁ ପାଇଁ ଗଢ଼ିଲା ରେ
1
ବିଧୁ ନିଶି ମଧୁ କାଳ ବହଇ ଦକ୍ଷିଣାନିଳ ଏକାକିନୀ ନାରୀ ନାଶ ଦଶା ଆସି ପଡ଼ିଲା ରେ
2
ଏ ବୟସ ଅକାରଣ ଗଲାରେ ସଜନୀ ଜାଣ ବନର ମାଳତୀ ପରି ବନେ ଫୁଟି ଝଡ଼ିଲା ରେ
3
ନିତି ଦିନ ରାତି ସହି ଭାଳୁ ଗଲା କାଳ ବହି ମନର କଥା ମନରେ ରହି ଦେହ ସଡ଼ିଲା ରେ
4
ମୁଁ ହେଲି ପର ଆୟତ୍ତ ସ୍ୱାଧୀନ ନୋହିଲା ଚିତ୍ତ ମଦନ ହନ୍ତକ ଖୋଜି ଅନୁବ୍ରତେ ପୀଡ଼ିଲା ରେ
5
ଗୋପାଳକୃଷ୍ଣକୁ ବେଳେ ଦେଖିବି ବୋଇଲେ ଡୋଳେ କୁଳ ଭୟ ଲାଜ କ୍ଷଣେ ଚିତ୍ତରୁ ନ ଛାଡ଼ିଲା ରେ