Gīta

Kaha re sangini ke se nua lalana

କହରେ ସଙ୍ଗିନୀ କେ ସେ ନୂଆ ଲଳନା

Text

Ghoṣā

(ମୋତେ) କହରେ ସଙ୍ଗିନୀ କେ ସେ ନୂଆ ଲଳନା କାନ୍ତି କୁଳ ଦେବତା କି କରି କଳନା

1

ଦଶଦିଶ କାଞ୍ଚନାଭ ଦିଶୁଛି ଏ କି ଦୁର୍ଲ୍ଲଭ ଦଶାର୍ଦ୍ଧଶର କରିଛି ଏ କି ରଚନା

2

ଶୁଣ ନୂପୁର ସୁରତ ମଣିଭୂଷାର ଶିଞ୍ଜିତ ବ୍ରଜର ଲକ୍ଷ୍ମୀ ପରାଏ ବରବରନା

3

ପରଂଧାମର ବିଭୂତି କିବା ମୋ ନେତ୍ରସମ୍ପତ୍ତି ମୂର୍ତ୍ତିବନ୍ତ ହୋଇ ବିଳସୁଛି କି ଅନା

4

ବୃନ୍ଦାରଣ୍ୟ ଜନଙ୍କର କୋଟିଏ କୋଟି ଜନ୍ମର ଭାଗ୍ୟରାଶି ପରି ହେଉଛି ମୋ ଭାବନା

5

ଗୋପାଳକୃଷ୍ଣ ଭାଷଣ ଯେ ନୂତନ ରଣରଣ ରହି ଅଳପ ଦିନରେ ଚିହ୍ନିବ ସିନା

Sources

Cite this record


Last updated 2026-11-01. Record as JSON