Mohana prasanga sangini re
ମୋହନ ପ୍ରସଙ୍ଗ ସଙ୍ଗିନୀ ରେ
Text
Ghoṣā
ମୋହନ ପ୍ରସଙ୍ଗ ସଙ୍ଗିନୀ ରେ ଆଉ କହନା ଅଭ୍ରଲିହ ଅନଳରେ ସମିଧ ଦେଇ ଦହନା
1
ପୁଣି ମୁଁ ଆଶା କରିବି ବୋଲି କି କହୁଛୁ ଭାବି ଶୁଖିଗଲା ଅଗାଧ ତରଣୀ ସୁତା ପ୍ରବାହନା
2
ଶାଶୁ ନଣନ୍ଦ ଭର୍ତ୍ସନା ସ୍ୱବନ୍ଧୁଜନ ତର୍ଜ୍ଜନା କେତେ ସୁହାଇବି ତନୁ ଶିଳା ମୁଁ ମହୀରୁହ ନା
3
କୁମୁଦିନୀ ଗୋପୀବ୍ରଜ ବ୍ରଜବିଧୁ ସେ ସହଜ ସେ କି ତୃଷିତ ଚାତକ ମୁଁ ନବ ବାରିବାହ ନା
4
ଲୁଚାଇ ଜାତି ନାଶିଲି ଅଲଙ୍ଘ୍ୟ ଯାକ ଲଙ୍ଘିଲି ବାସ ପ୍ରସାରି ମାଗୁଛି ସରି ଗୋ ମା ସେ ସ୍ନେହନା
5
ଗୋପାଳକୃଷ୍ଣ ଭାଷିତ ଶ୍ୟାମ ଲଳିତା ଏକାନ୍ତ ହେଉଛନ୍ତି ପ୍ରାଙ୍ଗଣରେ ମାନସରେ ସନ୍ଦେହନା