Jiba para parana sangini
ଯିବା ପରା ପରାଣ ସଙ୍ଗିନୀ
Text
Ghoṣā
ଯିବା ପରା ପରାଣ ସଙ୍ଗିନୀ ଉଠିଆରେ ଦିଶୁଥିବ ଶ୍ୟାମ ବାମ ପାଶ ପଡ଼ିଆରେ
1
ବ୍ରଜ ହାଟ ବାଟ ହେଲାଣି ନିଛାଟ ଜଗିଥିବେ ବ୍ରଜବିଧୁ ନିକୁଞ୍ଜ ଦୁଆରେ
2
ପବନେ ପଲ୍ଲବ ଚଳିଲେ ମାଧବ ପଥ ଚାହୁଁଛନ୍ତି ଧରି କେଶର ପୁଆରେ
3
ଆଜ ହେବା ସଜ ପରାର୍ଦ୍ଧ ଚିତ୍ତଜ ନିଉଁଛାଇ ହେବେ ହୋଇ ପଦତଳିଆରେ
4
ଅନା ଓଷଧୀଶ ହେଲାନି ପ୍ରକାଶ ଶୁଣୁ ନାହୁଁ ଅଛନ୍ତି କୁଞ୍ଜେ ଏକୁଟିଆରେ
5
ଯାମ ହେଲା ଆସି ଉଠାଉଛି ବସି ଭାଳୁ ଭାଳୁ ଡାକିବ ତ କୁକ୍କୁଟ କୁଆରେ
6
ଆଳୀ କର ଧରି ଚାହୁଁ ଶ୍ରୀ କିଶୋରୀ ଗୋପାଳକୃଷ୍ଣ ଭାଷେ ହେଟି ସେ ବଳିୟାରେ