Rasa sarasi disa de re thare
ରସ ସରସୀ ଦିଶା ଦେ ରେ ଥରେ
Text
Ghoṣā
ରସ ସରସୀ ଦିଶା ଦେ ରେ ଥରେ
1
ପ୍ରାଚୀର ପ୍ରାଚୀ ଅଚଳେ ଶ୍ରୀମୁଖ ଚନ୍ଦ୍ରମା ପୂର୍ବ ପରି କରାଅ ଉଦେ ରେ
2
କଥା ଶିଖାଇଲା ପରି ସାରୀକି ସୁଧୀରା ଶୁଭା ହେଲେ ବଚନ ପଦେ ରେ
3
ମାଗୁଣି ମାଗୁଛି ଏତେ ଡକାଇଲ ଛାମୁକୁ ଲେଖା ହେଲେ ଯାବକ ପଦେରେ
4
ଦେଖିଲା ଉତ୍ତାରୁ ତୋତେ ଯାଉ ପଛେ ପ୍ରାଣ ଦାରୁଣ ମଦନ ବିପଦରେ
5
କହଇ ଗୋପାଳ ପଟ୍ଟନାୟକ ଧନ ଅନା ଆସି କରୁଣା ହୃଦରେ