Galabele mo jiba
ଗଲାବେଳେ ମୋ ଜୀବ
Text
Ghoṣā
ଗଲାବେଳେ ମୋ ଜୀବ ଶ୍ରୀ ରାଧେ ଦିଶା ଯିବ ରହି ଶ୍ରୀ ଗୋଷ୍ଠାଚଳଚନ୍ଦ୍ର କୋଳରେ
1
ଦଶନେ ଦଂଶି ତୃଣ ଜଣାଉଛି ଜଣାଣ ଶ୍ରୀ ବୃନ୍ଦାବନେଶ୍ୱରୀ ପଦ ତଳରେ
2
ରାସ ଅବସାନରେ ଆଉଜାଇ ହୃଦରେ ମୋହନ ବିଞ୍ଚୁଥିବେ ପଦ ତଳରେ
3
କୋଟି କୋଟି ଜନ୍ମର ସୁକୃତ ଫଳ ମୋର ଦୟାମୟୀ ବଞ୍ଚାଅ କୃପା ବଳରେ
4
ଦୀନ ହୀନ ପାମର ବୋଲି ହେଲେ ଉଦ୍ଧର ରାସେଶ୍ୱରୀ ବିଲୋକି ନେତ୍ରାଞ୍ଚଳରେ
5
ମୋ ମତେ ମୁଁ କିଙ୍କରୀ ହେବାକୁ ଆଶା କରି ଚାହିଁଛି ଚିର କାଳୁ ମୁଁ ଆକୁଳରେ
6
ପ୍ରାର୍ଥନା ବାରବାର ଏ ଗୋପାଳକୃଷ୍ଣର କହି ହେଲେ ପ୍ରାଣେଶ ଶ୍ରୁତିମୂଳରେ