Eni ikhyani radhe eniki
ଏଣୀଈକ୍ଷଣୀ ରାଧେ ଏଣିକି
Text
Ghoṣā
ଏଣୀଈକ୍ଷଣୀ ରାଧେ ଏଣିକି ଆରେ ପଡ଼ିବ ଅବିର ରଜ ଶ୍ରୀମୁଖ ଲୁଆଁରେ
1
ମନମଥ ସଜ ହୋଇଛନ୍ତି ଆଜ ଅନା ନୂଆ ନୀଳ ଜଳଧର ଝଳିଆରେ
2
ଫୁଲଧନୁକର ପଛେ ସୁମଶର ଖୋସି ଚରମେ ଲୁଚାଇ ନବରଙ୍ଗିଆରେ
3
ମୁରଲୀ ରଖି ସେ ତୁନ୍ଦ ବନ୍ଧ ବାସେ ଅନାଉଛନ୍ତି କଟାକ୍ଷ କରି କୁଣିଆ ରେ
4
ଫଗୁ ମୁଠା କରୁ ଫିଟିଲା ରମ୍ଭୋରୁ ଉପର ଉପୁରାଣରେ ମଥା ଘୋଡ଼ିଆରେ
5
ଗୋପାଳକୃଷ୍ଣ ସେ ସମୟରେ ଭାଷେ ଆସ ରାଧେ ଆସିଲେ ସେ କୁଞ୍ଜକୁଟିଆରେ