Ki nadare prana sangini
କି ନାଦରେ ପ୍ରାଣ ସଙ୍ଗିନୀ
Text
Ghoṣā
କି ନାଦରେ ପ୍ରାଣ ସଙ୍ଗିନୀ ଶୁଭୁଛି କଦମ୍ବ ବନେ ଶ୍ରୁତିରେ ସୁଧା ବରଷି ଧୃତି ନାଶେ ମଜ୍ଜି ମନେ
1
ଦିଗ ବିଦିଗେ ପ୍ରସରି ଖଗ ମୃଗ ଜଡ଼ କରି କୁଳବତୀ ନୀବି ଗ୍ରନ୍ଥୀ ଫିଟାଉଛି ଅଯତନେ
2
ଜଳ ସ୍ତମ୍ଭ ଗ୍ରାବ ଦ୍ରବ ହୋଇଲା କି ଅସମ୍ଭବ ଆଜନମୁଁ ଆଜକୁ ମୁଁ ଶୁଣି ତ ନଥିଲି ଦିନେ
3
ଆସୁ କିନା ମୋ ପାଶକୁ ଲଭିଲିଟି କି ଦଶାକୁ ନୀପ ଫୁଲ ପରି ଲୋମ ପୂରିଲା ମୋ ଅପଘନେ
4
ତୋଳିଲା କୁସୁମ କରୁ ଗଳିପଡ଼ିଲା ରମ୍ଭୋରୁ ରହି ପାରିବି ନାହିଁ ମୁଁ ଛାଡ଼ି ଦେ ନେଇ ସଦନେ
5
ବଜାଉଛି ରସାଳସୀ ନିକୁଞ୍ଜ ଦେବତା ବଂଶୀ ଗୋପାଳକୃଷ୍ଣ ଭାଷଇ ପ୍ରକଟିଲା ତ୍ରିଭୁବନେ