Mu ta jani jani karichi mana
ମୁଁ ତ ଜାଣି ଜାଣି କରିଛି ମାନ
Text
Ghoṣā
ମୁଁ ତ ଜାଣି ଜାଣି କରିଛି ମାନ
1
କାହାକୁ ବୋଲିବି କିସ ମୋହରି କରମ ଦୋଷ ସ୍ୱହସ୍ତେ କରିଛି ବିଷପାନ
2
ଅଛି ତ ସତେ ଏ ଯୋଗ ଆନ କେ କରିବ ଭୋଗ ଲୁହ ପୋଛି ହୋଇବାକୁ ଗ୍ଳାନ
3
ଆହା ହାତ ଧରି ମୋତେ ଏହି ରୁଷା ଲାଗି କେତେ ଦେଇଥିଲେ ନ ପାଳିଲି ଆନ
4
ବ୍ରଜବିଧୁ ଦୁଃଖ ଦେଖି ହୋଇବି ବୋଲି ତ ସୁଖୀ ଆନକୁ ବଢ଼ାଇଦେଲେ କାନ
5
ଗୋପାଳକୃଷ୍ଣ କହଇ ଆଣିଲେନି ଲେଉଟାଇ ସଜନୀ କର ସେହି ଗୁମାନ