Brajendra nandana sahi
ବ୍ରଜେନ୍ଦ୍ର ନନ୍ଦନ ସହି
Text
Ghoṣā
ବ୍ରଜେନ୍ଦ୍ର ନନ୍ଦନ ସହି ଏକା ଶ୍ରୀ ରାଧାର
1
ଚନ୍ଦ୍ରାବଳୀ ଆଦି କରି । ପଶୁପ ନଗରୀ ନାରୀ । ବୃଥା ପଛେ ପଛେ ଧାଇଁବାର
2
ଏ ଦେହ ସେ ପରାଣଟି । ସେ ତନୁ ଏ ଜୀବନଟି । ବାରି ହେଉନାହିଁ ପ୍ରୀତି ଯାର
3
ଯେଉଁ ପରି ସୁଲକ୍ଷଣ । ଯେମନ୍ତ ଶୋଭା ସୁଗୁଣ । ଊଣା ଅଧିକ ନାହିଁ ବାହାର
4
ସେ ଦୁହିଙ୍କି ଏକା ବେଳେ । ଦେଖି ଦେଉଛି ଯେ ଡୋଳେ । ଆନ ଇଚ୍ଛା ହେଉଛି କି ତାର
5
ଯା ମନ କୃଷ୍ଣକୁ ରସି । ଭଜିବ ରାଧାର ଦାସୀ । ହେଉ ଗୋପାଳକୃଷ୍ଣ ପ୍ରକାର