Gīta

Kebe na thiba rusa aja kahinki

କେବେ ନ ଥିବା ରୁଷା ଆଜ କାହିଁକି

Text

Ghoṣā

କେବେ ନ ଥିବା ରୁଷା ଆଜ କାହିଁକି ମୋହନ ଠାରୁ ମନ ଭାଜିଗଲା କି

1

ବରଜିବୁ ତୁ ସିନା କିପରି ସେ ତୋ ବିନା ବଞ୍ଚିବେ ମାନସରେ ପାଞ୍ଚିଲୁନି କି

2

ଶ୍ରୀ ବ୍ରଜେନ୍ଦ୍ର ନନ୍ଦନ ମୋ ଜୀବର ଜୀବନ କେତେ ଥର ବୋଲିଛୁ ପାଶୋରିଲୁ କି

3

ମହାଭାବ ରୂପିଣୀ ପ୍ରେମ ଧନରେ ଜିଣି ଅଧରୁ ସୁଧା ଯାକୁ ଦେଉଥିଲୁ କି

4

ଆରେ ପ୍ରାଣମିତଣୀ କେ କି କହିଲେ ଶୁଣି ଏପରି ହୁଅନା ରେ ଆଉ ଏଣିକି

5

ଗୋପାଳକୃଷ୍ଣ ବୋଲେ ହାତ ଧରି ପହିଲେ ଆନ ପକାଇ କୁହାଯାଇ ନାହିଁକି

Sources

Cite this record


Last updated 2026-11-01. Record as JSON