Radha gobinda bhaja re manasa
ରାଧାଗୋବିନ୍ଦ ଭଜରେ ମାନସ
Text
Ghoṣā
ରାଧାଗୋବିନ୍ଦ ଭଜରେ ମାନସ
1
ତେଜ କୂଟ କପଟ ଲୋଟ ଯମୁନା ତଟ ଶ୍ରୀ ରାସସ୍ଥଳୀ ରଜରେ ମାନସ
2
ସ୍ୱେଶ୍ୱରୀ କୁଣ୍ଡ ତୀର ବନେ ବସତି କର ହର ଏ ଭବ ରୁଜରେ ମାନସ
3
ଗଳି ପଡ଼ିଥିବାର ତଳେ ମୁକୁତା ହାର ଗୋଟାଇ ଗୁନ୍ଥ ସ୍ରଜରେ ମାନସ
4
ଦୋଳା ଲୀଲା କାଳରେ ଧରି ଡୋରି ସଧୀରେ ପଞ୍ଚାଇ ସୁଖେ ମଜ୍ଜରେ ମାନସ
5
ରାସ ଅବସାନରେ କୁସୁମ ବ୍ୟଜନରେ ରହି ସହୀ ସମାଜରେ ମାନସ
6
ଗୋପାଳକୃଷ୍ଣ କଥା କରନାଟି ଅନ୍ୟଥା ନିଭୃତ କୁଞ୍ଜ ଶେଯରେ ମାନସ