Gīta

Hori range bihari

ହୋରି ରଙ୍ଗେ ବିହରି

Text

Ghoṣā

ହୋରି ରଙ୍ଗେ ବିହରି ହରି ସଙ୍ଗେ ଶ୍ରୀ କିଶୋରୀ

1

ପବନେ ଚଳି ଚମ୍ପକ ବଲ୍ଲୀ ତମାଳେ ଢଳିଲା ପରି

2

ପଶୁପୀ ବାଳା ଚପଳା ମାଳା ଘନକୁ ଘେରିଲା ପରି

3

ହେମାବ୍ଜ ବନ ବୟସୀ ଜନ ମଧୁବ୍ରତ ଗିରିଧାରୀ

4

ଫିଙ୍ଗୁ ଅବିର ବ୍ରଜସୁନ୍ଦର କଞ୍ଚୁଲୀ ଗଳି ବାହାରି

5

ଶ୍ରୀ ରାଧା ଫିଙ୍ଗୁ ମୋହନ ଜଗୁଁ ବାଜି ହୃଦରେ ସଞ୍ଚରି

6

ନଳ ଯନ୍ତର ଧରି ରତ୍ନର ବିଞ୍ଚନ୍ତି ପନୀର ବାରି

7

ଗୋପାଳକୃଷ୍ଣ ନୟନ ତୃଷ୍ଣ ହୋଇଲା ସେ ଶୋଭା ସ୍ମରି

Sources

Cite this record


Last updated 2026-11-01. Record as JSON