Jibana jiba para sumari sumari ma
ଜୀବନ ଯିବ ପରା ସୁମରି ସୁମରି ମା
Text
Ghoṣā
ଜୀବନ ଯିବ ପରା ସୁମରି ସୁମରି ମା ମିଳିବେ କି ସତେ ମୋତେ ନିକୁଞ୍ଜ ବିହାରୀ ମା
1
ଅଭ୍ରଲିହାଗ୍ନି ଦହୁଛି ଚଉଦିଗେ ଘେରି ବଞ୍ଚିବ କେହି କୋମଳ ରଙ୍ଗଣୀ ବଲ୍ଲରୀ
2
ପୂର୍ବ ପୁଣ୍ୟପୁଞ୍ଜ ସବୁ ଦିଶିବ ମୋହରି ହେବି ଯଶୋଦା ବାତ୍ସଲ୍ୟ ଲକ୍ଷ୍ମୀଙ୍କ କିଙ୍କରୀ
3
ଲଳିତ ତ୍ରିଭଙ୍ଗ ଭଙ୍ଗୀ ଆହା ବଂଶୀଧାରୀ ଆଖିରେ ନାଚୁଛି ଶିର ଶିଖଣ୍ଡ ମାଧୁରୀ
4
ବିନୟ ମିଶା କଟାକ୍ଷ କୁଣନ ଚାତୁରୀ ନିଶି ଦିନ ରହିଲା ମୋ ମନେ ଘର କରି
5
କହୁ କହୁ ଚାହୁଁ ଚାହୁଁ କାଳ ଗଲା ସରି ମନମଥ ହୃଦୟ ପକାଉଛି ବିଦାରି
6
ଗୋପାଳକୃଷ୍ଣ ଅଇଲା ସେ କାଳେ ବିହାରି ପ୍ରିୟ ପ୍ରତ୍ୟନଙ୍ଗ ଲେଖ ହୃଦ ବାସେ ଧରି