Karuthili mun nahi nahi re
କରୁଥିଲି ମୁଁ ନାହିଁ ନାହିଁ ରେ
Text
Ghoṣā
କରୁଥିଲି ମୁଁ ନାହିଁ ନାହିଁ ରେ ଆଣି ପକାଇଦେଲୁ ମୋତେ କାହିଁରେ
1
ଯିବା ବୋଲି ଗାଧୋଇ ଫାନ୍ଦେ ମୋତେ ପକାଇ ବ୍ରଜବିଧୁକୁ କଲୁ ମୁହାଁମୁହିଁ ରେ
2
ଜିଣିଛି ରଣରଣ ଯାର ସୁନ୍ଦରପଣ ପତିବ୍ରତାକୁ ପକାଉଛି ମୋହି ରେ
3
ପଡ଼ିଲା କି ବିପତ୍ତି ଖସିଗଲା ମୋ ଧୃତି ଅନା ଚାହିଁବାର ସେ ରହି ରହି ରେ
4
କେ ଦେଖିଦେଲେ ମୋର ସରିଯିବ ସଂସାର ହେଲେ ନିକଟ କର ପରିତ୍ରାହି ରେ
5
ଏଣେ ତେଣେ ଅନାଇ ଶ୍ୟାମ ହୃଦେ ଲଗାଇ ଘେନିନେଲେ ଗୋପାଳକୃଷ୍ଣ କହି ରେ